ଧନ୍ୟ ତୁମେ ଗୁରୁଜୀ ଧନ୍ୟ ମୋର
କରିଦେଲ ମତେ ତୁମେ ସାକ୍ଷର
ଜୀବନ ଥିଲା ମୋ ଅମା ଅନ୍ଧାର
ଜନମିଲି ଯେବେ ଏହି ସଂସାର
ତାହା କରିଦେଲେ ଆପଣ ଦୂର
ମାଡ଼, ଗାଳି ପୁଣି କେତେ ଧିକାର
ଶୁଣିଥିଲି ବୋଲି ପିଲା ଦିନର
ହେଲି କବି ପୁଣି ମୁଁ ଗୀତିକାର
ତୁମେ ପିତା ମାତା ସବୁ ମୋହର
ବ୍ରହ୍ମା, ବିଷ୍ଣୁଦେବ ଓ ମହେଶ୍ୱର
ହାତ ଯୋଡି କଲି ପ୍ରାର୍ଥନା ମୋର
ତୁମ ଚରଣରେ କୋଟି ଜୁହାର
ନିତି ପୂଜୁଛି ମୁଁ ପ୍ରଭୁ ପୟର
ଟେକ ରଖିବାକୁ ମୋ ଗୁରୁଙ୍କର
ଗୁରୁଜୀ ଦିଅ ହେ ଆଶିଷ ବର
ଏ ମୂର୍ଖ ଛାତ୍ରକୁ ସୁଦୟା କର
ଏତିକି ମାଗୁଣି ତୁମ୍ଭ ପାଶ୍ୱର
ଜୟ ହେଉ ସଦା ଧର୍ମ ନ୍ୟାୟର
କହିବାକୁ ନାହିଁ ଭାଷା ବିଭୋର
ଆପଣ ତ ହେଲେ ଦୟା ସାଗର
ସମାପ୍ତ
ଅମରନାଥ ବାରିକ
ଯାଜପୁର,ମଙ୍ଗଳପୁର,କୟାଁ
ଦୂରଭାଷ - ୯୫୪୦୩୦୮୦୯୫


0 Comments